ଜାମୁକୋଳି ଅଞ୍ଚଳରେ ଥିବା ଗୋ-ଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୧:  ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଗୋରୁମାନଙ୍କ ରକ୍ଷଣାବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ସୂଚନାଯୋଗ୍ୟ ଯେ, ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରାଯାଇଛି। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି।