ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଲା ବିମାନ: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭/୧: ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଏହାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଏହି ବିମାନସେବା କାର୍ଯ୍ୟକାରୀ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ପଣ୍ଡା ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି।