ହିତାଧିକାରୀଙ୍କୁ ଘର ମରାମତି ନେଇ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୭/୧: ରାଜ୍ୟରେ ଏବେ କୋଭିଡ଼ ଯୋଗୁ ଜୀବନଜୀବିକା ଉପରେ ବେଶ ପ୍ରଭାବ ପଡିଛି। ଏହାରିମଧ୍ୟରେ  ହିତାଧିକାରୀଙ୍କୁ ଘର ମରାମତି ନେଇ ପ୍ରତି ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୧ ଲକ୍ଷ ହିତାଧିକାରୀଙ୍କୁ ୧୪୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଘର ଆମର ପରିଚୟ ଓ ଆମର ସ୍ବାଭିମାନ। ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ଘର କରିବା ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।