୭୭ ବର୍ଷରେ ପାଦ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୬/୧୦: ୭୭ ବର୍ଷରେ ପାଦ ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଜନ୍ମଦିନ ମନାଇବେ ନାହିଁ ନବୀନ । ତେଣୁ ଆଜି ନବୀନ ନିବାସ ନ ଯିବାକୁ ସୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ହାଇଦ୍ରାବାଦ ଗସ୍ତରେ ଯିବେ । ସେଠାରେ ମେକ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବେ । ତେଣୁ ଜନ୍ମଦିନର ସୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶିବାଦ ପାଇଁ ସେ ସର୍ବଦା ଋୁଣି ରହିବେ ବୋଲି କହିଛନ୍ତି ।