ରୋମରେ ପରେ ଆଜିଠୁ ୟୁଏଇ ଭ୍ରମଣରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬/୦୬: ରୋମରେ ତୀର୍ଥସ୍ଥାନ ଭ୍ରମଣ କରିବା ସହ ପୋପଙ୍କୁ ଭେଟିବା ପରେ ଆଜିଠୁ ନବୀନଙ୍କ ସହ ତାଙ୍କ ଟିମ ର  ୟୁଏଇ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଦୁବାଇର ଆଖପାଖ ଅଞ୍ଚଳର ନିବେଶକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବିଦେଶୀ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିବାକୁ  ଓଡିଶାର ଏକ ଉଚ୍ଚ ସ୍ତରୀୟ ଶିଳ୍ପ ପ୍ରତିନିଧୀ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।  ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅଛନ୍ତି ।