ଭୁବନେଶ୍ବର-ଜୟପୁର ବିମାନସେବାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧/୧୦: ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଉଦ୍‌ଘାଟନ କରିଛନ୍ତି। ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍‌ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯାଇଛି।