ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନର ମୁଥିଆ ମୁରଲୀଧରନ

ଭୁବନେଶ୍ୱର,୨୬/୯:ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପିନ ଯାଦୁଗର ମୁଥିଆ ମୁରଲୀଧରନ । ବାରବାଟୀରେ ଲିଜେଣ୍ଡ ଲିଗ୍ ଖେଳିବା ପାଇଁ ଓଡିଶା ଆସିଛନ୍ତି କ୍ରିକେଟ ତାରକା । ମ୍ୟାଚ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁରଲୀଧରନ ଓ ତାଙ୍କ ସାଥୀ ଖେଳାଳି ।  ସେଠାରେ ଓସିଏ ସଭାପତି ପଙ୍କଜ ଲୋଚନ ମୋହାନ୍ତି ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଖେଳାଳିଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କିଛି ସମୟ ଆଲୋଚନା କରିବା ପରେ ମୁରଲୀଧରନଙ୍କୁ ହକି ଇଣ୍ଡିଆର ଏକ ଜର୍ସି ଉପହାର ଦେଇଛନ୍ତି । ଗତାକଲି ଅପରାହ୍ନରେ ୨ଟି ଟିମ୍ ଭିଲୱାରା କିଙ୍ଗସ ଓ ମନିପଲ ଟାଇଗର୍ସର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେମାନଙ୍କୁ ବିମାନ ବନ୍ଦରରୁ କଡା ସୁରକ୍ଷାରେ ବସରେ ମେ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା ।