ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୯/୦୯: ରାଜ୍ୟ ସରକାର ଆଜି ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିଛନ୍ତି । ମୋହନ ମାଝୀଙ୍କ ସରକାରରେ କୌଣସି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ । ଅନୁଗୋଳ ଜିଲ୍ଲା ଯୋଜନା ଓ ମନିଟରିଂ ୟୁନିଟ(ଡିପିଏମୟୁ)ରେ  ଭାବେ କାର୍ଯ୍ୟରତ ଲମ୍ବୋଦର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଛି । ବିଜେଡି ସରକାର ଅମଳରେ ବିଗତ ୫ବର୍ଷ ମଧ୍ୟରେ ମୋଟ ୪୭ଜଣ ଦୁର୍ନୀତିଗ୍ରସ୍ତ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *