ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଦୁର୍ଘଟଣା ଜନିତ ମୃତ୍ୟୁରେ ମିଳିବ ୬ଲକ୍ଷ

ଭୁବନେଶ୍ୱର,୧୧/୦୯: ନିର୍ମାଣ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ବଢ଼ିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ନିର୍ମାଣ ଶ୍ରମିକଙ୍କ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି। ସେହିପରି ସ୍ୱାଭାବିକ ମୃତ୍ୟୁ ହେଲେ ୩ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଲୋକସଭା ଭବନରେ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *