ଭୁବନେଶ୍ୱର,୧୭/୦୪: ୨ହଜାର ନୂଆ ଟ୍ରାଫିକ୍ ପଦବିକୁ ରାଜ୍ୟ ସରକାରଙ୍କ ମଞ୍ଜୁରି ମିଳିଛି । ନୂଆ ପଦବିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସ୍ତରରେ ୭୦, ଜିଲ୍ଲା ସ୍ତରରେ ୧୯୩୦ ପଦବି ସୃଷ୍ଟି ହୋଇଛି । ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ରାଜ୍ୟ ସ୍ତରୀୟ ପାଇଁ ADGP/IGP ଗୋଟିଏ ପଦବି, DIG (ପୋଲିସ) ଗୋଟିଏ ପଦବି, SP ୨ ଟି ପଦବି, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଳ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବି ସୃଷ୍ଟି ହୋଇଛି । ସମୁଦାୟ ୭୦ଟି ପଦବି ସୃଷ୍ଟି ହୋଇଛି । ସେହିପରି ଜଲ୍ଲାସ୍ତରେ ଡି.ଏସ୍.ପି. ୫ଟି ପଦବି, Inspector ୪୧ଟି ପଦବି, ସବ୍- ଇନ୍ସପେକ୍ଟର ୮୩ ଟି ପଦବି, ଏ.ଏସ୍.ଆଇ. ୮୩ଟି ପଦବି, ହାବିଲ୍ଦାର ୩୧୦ ଓ କନେଷ୍ଟବଳ ପାଇଁ ୧୪୦୮ଟି ପଦବି ସୃଷ୍ଟି କରାଯାଇଛି । ସମୁଦାୟ ୧୯୩୦ ଟି ପଦବି ସୃଷ୍ଟି ହୋଇଛି ।