ଚଳିତ ବଜେଟ୍ ହେବ ସାଧାରଣ ଲୋକଙ୍କ ବଜେଟ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୦୧: ଚଳିତ ବଜେଟ୍ ହେବ ସାଧାରଣ ଲୋକଙ୍କ ବଜେଟ୍‌। ବଜେଟର ଆକାର ବଡ଼ ହେବା ନେଇ ପ୍ରାକ-ବଜେଟ୍‌ ବୈଠକ ପରେ  ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ପୂର୍ବରୁ ଲୋକଙ୍କ ମତାମତ ନିଆଯାଉଛି। ଜାନୁଆରୀ ୩୧ ତାରିଖ ସୁଦ୍ଧା ଇ-ମେଲ ଓ ହ୍ବାଟ୍ସଆପ୍ ଜରିଆରେ ପ୍ରସ୍ତାବ ରଖିବେ ସାଧାରଣ ଲୋକ। ସବୁ ବର୍ଗଙ୍କୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯିବ। ଗରିବଙ୍କ ପାଇଁ ଯୋଜନା ଆସିବା ସହ ରାଜସ୍ବ ବୃଦ୍ଧି ହେବ। ଶିଳ୍ପ ଓ ପର୍ୟ୍ୟଟନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଚଳିତ ବର୍ଷ ୪୦ହଜାର ପଦବୀ ପୂରଣ କରାଯିବା ସହ ଖୁବଶୀଘ୍ର ୨୦ହଜାର ନିଯୁକ୍ତି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ମୋହନ ମାଝୀ।

Leave a Reply

Your email address will not be published. Required fields are marked *