ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ

ଭୁବନେଶ୍ୱର,୧୨/୧୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଆହୁରି ସଶକ୍ତ ହେବ ଗୃହ ବିଭାଗ । ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା । ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଉଦ୍‌ଘାଟନ ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଗୃହ ରଖି ପଦବୀ ବଢାଇ ୫୦୦୦ କରାଯିବ । ୨,୪୧୬ ପଦବୀରୁ ୫ ହଜାରକୁ ବୃଦ୍ଧି କରାଯିବ । ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।