ଭାଷା ଓ ସାହିତ୍ୟ ହେଉଛି ଏକ ଜାତିର ପରିଚୟ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୨/୧୧: ଜବାହରଲାଲ ନେହରୁ ଷ୍ଟାଡିୟମରେ ଆୟୋଜିତ ତିନିଦିନିଆ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରତିଗାଁରେ, ପ୍ରତି ଗଳି କନ୍ଦିରେ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଓଡ଼ିଶାର କଳା ଓ ସଂସ୍କୃତି କେବଳ ଦେଶରେ ନୁହେଁ, ପୂରା ବିଶ୍ବରେ ପ୍ରସିଦ୍ଧିଲାଭ କରିଛି। ଭାଷା ଓ ସାହିତ୍ୟ ହେଉଛି ଏକ ଜାତିର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କହିଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ସମାଜ ପକ୍ଷରୁ ଆୟୋଜିତ ଓଡ଼ିଶା ପର୍ବରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ସାଧବପୁଅମାନେ ନୌବାଣିଜ୍ୟ ପାଇଁ ଜାଭା, ସୁମାତ୍ରା, ବାର୍ଲି, ଇଣ୍ଡୋନେସିଆ ପ୍ରଭୁତି ଦେଶକୁ ଯାଉଥିଲେ। ସେହି ଦେଶଗୁଡ଼ିକରେ ଆମର ସାଧବ ପୁଅମାନେ ଓଡ଼ିଆର ଛାପ ଛାଡ଼ି ଆସିଛନ୍ତି।  ସାଧାବ ପୁଅମାନେ ଯେଉଁଠିକୁ ଯାଇଛନ୍ତି, ସେଠାରେ ଓଡ଼ିଆ ଅସ୍ମିତା ଦେଖିବାକୁ ମିଳୁଛି। ବୋଇତ ବନ୍ଦାଣର ମୁକସାକ୍ଷୀ ହେଉଛି ‘କଟକର ଐତିହାସିକ ବାଲିଯାତ୍ରା।’ ଏଥର କଟକ ବାଲିଯାତ୍ରାରେ ୧୪ଟି ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୋଗମାନେ ଯୋଗ ଦେଇଥିଲେ।