୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୫/୧୦:  କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରିବା ସହିତ ମାର୍ଗଦର୍ଶନ କରିଛନ୍ତି।

ନବନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତୀୟ ସାଂସ୍କୃତିକ ପରଂପରାରେ ଗୁରୁଙ୍କୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଥାଏ। ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ।

ଶିଶୁମାନଙ୍କୁ ଏକ ଭଲ ମଣିଷ ଭାବେ ଗଢିବା ଶିକ୍ଷକମାନେ ଦାୟିତ୍ବ ନେଇଥାନ୍ତି। ଆପଣମାନେ ହେଉଛନ୍ତି ମଣିଷ ଗଢ଼ା ଶିଳ୍ପୀ। ମଣିଷ ଭିତରେ ଦୟା, କ୍ଷମା, ସହନଶୀଳତା ଗୁଣ ରହିଛି। ଶିକ୍ଷକ ହେଉଛି ସବୁଠାରୁ ସମ୍ମାନସ୍ପଦ ବୃତ୍ତି। ବାପା-ମା ପିଲାମାନଙ୍କୁ ଜନ୍ମ ଦେଇଥାନ୍ତି। କିନ୍ତୁ ଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଦେଇ ପୂର୍ଣ୍ଣ ମଣିଷ କରିଥାନ୍ତି।

Leave a Reply

Your email address will not be published. Required fields are marked *