ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ, ଥାନାରେ ଦୁର୍ବ୍ୟବହାର କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୯: ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ। ଏହି ସମ୍ମିଳନୀରେ ଥାନାରେ ଦୁର୍ବ୍ୟବହାରର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନ ପୂର୍ବରୁ କେନ୍ଦୁଝର ଥାନାରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ମଧ୍ୟ ଜିଲ୍ଲାପାଳ ସମ୍ମିଳନୀରେ ଉଦାହରଣ ଦେଇଛନ୍ତି । କିଭଳି ତାଙ୍କୁ ଥାନାରୁ ଗେଟ୍‌ ଆଉଟ୍‌ କହିଥିଲେ ଜଣେ ଥାନା ଅଧିକାରୀ ତାହା ସେ ମନେ ପକାଇବା ସହ ସାଧାରଣ ଲୋକଙ୍କ ପ୍ରତି ପୋଲିସ କିଭଳି ବ୍ୟବହାର କରୁଛି ସେନେଇ ସୂଚନା ଦେଇଥିଲେ । ଜଣେ ସିଟିଂ ବିଧାୟକ ଓ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାରେ ଥିବା ଦପ୍ତର ବୁଲିବା ସହ ଅନିୟମିତତା ହେଉଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସଂପୃକ୍ତ ଥାନା ଅଧିକାରୀଙ୍କୁ ସେ କ୍ଷମା କରିଦେଇଥିବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବକୁ ଏକ ସମସ୍ୟାର ସମାଧାନ ପାଇଁ ଯାଇଥିବା ବେଳେ ମୋହନ ମାଝୀଙ୍କୁ କେନ୍ଦୁଝର ଥାନା ଅଧିକାରୀ ଦୁର୍ବ୍ୟବହାର କରିବା ସହ ଗେଟ୍ ଆଉଟ୍ ବୋଲି କହିଥିଲେ । ସେତେବେଳେ ମୋହନ ମାଝି ସିଟିଂ MLA ଓ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ ।

Leave a Reply

Your email address will not be published. Required fields are marked *