ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବକ୍ତବ୍ୟ ରଖିଲେ, ବିଜେପିର ବିଜୟ ପାଇଁ ଓଡିଶାବାସୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୦୬: ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାରେ ବିଜେପିର ବିଜୟ ପାଇଁ ଓଡିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ।ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ।  ସେ କହିଛନ୍ତି, ଦଳର ଜଣେ ସାଧାରଣ କର୍ମୀ ଭାବେ ସେ ବିଜେପି ପାଇଁ କାମ ଆରମ୍ଭ କରିଥିଲେ । ଏହାପରେ ସରପଞ୍ଚ ଭାବେ ବିଜୟୀ ହୋଇ ନିଜ ପଞ୍ଚାୟତର ସେବା ପାଇର୍ ଆଗେଇ ଆସିଲେ । ଏହି ସମୟରେ ଲୋକଙ୍କ ସେବା ହିଁ ତାଙ୍କୁ ଆଗକୁ ବଢିବାକେୁ ସୁଯୋଗ ଦେଇଥିଲା । ଫଳରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ ।ଆଜି ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଛନ୍ତି ।