ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୦୭: ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଉଥିବା ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ର ନାମ ବଦଳିବ ନାହିଁ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସବୁବେଳେ ବରପୁତ୍ରମାନଙ୍କୁ ସମ୍ମାନ ଦେଇଆସିଛି । ତେବେ ବିଜୁ ବାବୁଙ୍କୁ କୌଣସି ଦଳର ନୁହେଁ ବରଂ ତାଙ୍କୁ ଓଡିଶାର ବରପୁତ୍ର ଭାବେ ସମ୍ମାନ ଦିଆଯାଏ । ବିଜୁ ବାବୁଙ୍କ ଦୀର୍ଘ ଦଶନ୍ଧୀର ରାଜନୈତିକ ଓ ସାମାଜିକ ଅବଦାନ ସବୁବବେଳେ ସମ୍ମରଣୀୟ ହୋଇରହିବ । ତେଣୁ ପୂର୍ବରୁ ଦିଆଯାଉଥିବା ଏହି ପୁରସ୍କାର ତାଙ୍କର ନାମରେ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ସମ୍ମାନ।