ଭୁବନେଶ୍ୱର,୧୬/୧୧: ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସାରା ବିଶ୍ବର ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହେବ ।ସିଙ୍ଗାପୁରରେ ଆମର ସ୍ପଷ୍ଟ ବାର୍ତ୍ତା ରହିବ ଓଡ଼ିଶା ନିବେଶ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିଛି। ଓଡ଼ିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ଚେଷ୍ଟା କରିବୁ । ସେଠାକାର କେମିକାଲ, ଗ୍ରିନ ଏନର୍ଜି, ବସ୍ତ୍ର ନିର୍ମାଣ, ଜାହାଜ ନିର୍ମାଣ, ଲଜିଷ୍ଟିକ, ଇଲେକ୍ଟ୍ରୋନିକ, ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି ।
ସେହି କମ୍ପାନୀ ଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରାଯିବ। ଓଡ଼ିଶାରେ ପ୍ରକୃତି ସମ୍ବଳ, ଦକ୍ଷ ମାନବ ସମ୍ବଳ ଉନ୍ନତ ଶିଳ୍ପ ନୀତି ସମ୍ବନ୍ଧରେ ସେଠାରେ ଜଣାଇବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।