ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୩: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଭବିଷ୍ୟତ ନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେରିଥିବା ଡାକ୍ତରୀ ଛାତ୍ରଙ୍କ ପାଇଁ ଭାରତରେ ପାଠପଢ଼ା ବ୍ୟବସ୍ଥା ହେଉ ଓ ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲିି କହିଛନ୍ତି। ସୂଚନାଯୋଗ୍ୟ ଯେ ୟୁକ୍ରେନ ଓ ଋଷ ଭିତରେେ ଯୁଦ୍ଧ ଭୟଙ୍କର ଭାବରେ ଚାଲିଛି। ସେଠାରେ ବହୁ ଡାକ୍ତରୀ ଛାତ୍ର ଫସି ରହିଛନ୍ତି। ସେମାନେ ଭାରତ ଫେରିବା ପରେ ତାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।