ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୫/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପିଏମ ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି  । ଫୋନି ପ୍ରଭାବିତ ୧୪ ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ପାଇଁ ସେ ଚିଠି ଲେଖିଛନ୍ତି।

ଅନ୍ୟ ୧୬ ଜିଲ୍ଲାରେ ଆୱାସ୍‌ ପ୍ଲସ୍‌ ଆପ୍‌ ଖୋଲିବା ପାଇଁ ସେ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହି ୧୬ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଓ କିଛି ଜିଲ୍ଲା କେବିକେ ଅଧୀନରେ ଅଛି । ଏହା ଦ୍ବାରା ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଘର ମିଳିପାରିବ । ସୂଚନାଯୋଗ୍ୟ ଯେ ପୂର୍ବରୁ ବି ଅର୍ଥାତ ଗତବର୍ଷ ଡିସେମ୍ବର ୧୫ରେ ଏ ନେଇ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ।