ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୧୬/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ୭.୮୭ ଲକ୍ଷ ଘରକୁ PMAYରେ ସାମିଲ କରିବାକୁ ଚିଠି ଲେଖିଛନ୍ତି।  ଫନି ପ୍ରଭାବିତ ୧୪ ଜିଲ୍ଲାର ୭.୮୭ ଲକ୍ଷ ଘରକୁ ସାମିଲ କରିବାକୁ ଚିଠି ଲେଖିବା ସହ ଅଣ ଫନି ପ୍ରଭାବିତ ୧୬ ଜିଲ୍ଲାର ୬.୦୭ ଲକ୍ଷ ଘରକୁ ସାମିଲ ପାଇଁ ସେ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବ ୬.୦୭ ଲକ୍ଷ ବାଦ ପଡ଼ିଛନ୍ତି। ତେଣୁ PMAYରେ ସାମିଲ ନେଇ ବିଚାର କରିବାକୁ  ଚିଠି ଲେଖିଛନ୍ତି।