ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧/୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ରେଜିୱାଲଙ୍କୁ ହତ୍ୟା ଧମକ ମିଳିଛି । ଏକ ଫୋନ୍ କଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି । ତେବେ ଧମକ ଦେଇଥିବା ଯୁବକର ପରିଚୟ ମିଳିଛି । ମୁଣ୍ଡକା ଅଞ୍ଚଳରେ ରହୁଥିବା ୩୮ ବର୍ଷୀୟ ଯୁବକ ଜୟପ୍ରକାଶ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହତ୍ୟା ଧମକ ଦେଇଥିବା ନେଇ କହିଛି ପୋଲିସ । ଯୁବକ ଜଣକ ସୋମବାର ବିଳମ୍ବିତ ରାତିରେ ଫୋନରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହତ୍ୟା ଧମକ ଦେଇଛନ୍ତି । ସବୁଠୁ ବଡ କଥା ହେଉଛି ହତ୍ୟା ଧମକ ଦେବା ସ୍ୱତେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ପୋଲିସର କହିବାନୁୟାୟୀ ଯୁବକର ମାନସିକ ଅବସ୍ଥା ଭଲ ନାହିଁ । ସେ ଜଣେ ମାନସିକ ବିକୃତ ରୋଗୀ । ଦିଲ୍ଲୀର ଗୁଲାବିବାଗରେ ତାଙ୍କ ଚିକିତ୍ସା ଚାଲିଛି । ଏହି କାରଣରୁ ତାଙ୍କ ଗିରଫ କରାଯାଇନଥିବା କହିଛି ପୋଲିସ ।