ନୂଆଖାଇରେ ମୁଖ୍ୟମନ୍ତ୍ରୀଙ୍କ ଭେଟି,୩୭ ଲକ୍ଷ ଚାଷୀଙ୍କୁ ମିଳିଲା କାଳିଆ ସହାୟତା

ଭୁବନେଶ୍ୱର, ୧୧/୯: ରବି ଫସଲ ପାଇଁ ନୂଆଖାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି।  ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଜମାଖାତାକୁ ୭୪୩ କୋଟି କାଳିଆ ସହାୟତା ଦିଆଯାଇଛି। କୋଭିଡ କାଳରେ ୩୨୦୦ କୋଟିର କାଳିଆ ସହାୟତା ଏଯାଏ ଦିଆଯାଇଛି। କାଳିଆ ସହାୟତା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ସାର ଯୋଗାଣ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସହ ଯୋଗାଯୋଗ ଚାଲିଛି।