ଲୋକ ସେବା ଭବନରେ ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୫: ଲୋକ ସେବା ଭବନରେ ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ ନିର୍ଦ୍ଧାରିତ ଯୋଜନା ପ୍ରସ୍ତୁତ କରିବାକୁ ବନ ଅଧିକାରୀମାନଙ୍କୁ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀ ହେତୁ କଷ୍ଟସାଧ୍ୟ ପରିସ୍ଥିତିରେ ବି ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ- ୨୦୨୧ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ଆମର ଜଙ୍ଗଲଗୁଡ଼ିକ ଅଧିକ ଉନ୍ନତ ହୋଇଛି। ଏହା ଆମ ଲୋକଙ୍କ ନିରନ୍ତର ସମର୍ଥନ, ଭିଏସଏସ ସଦସ୍ୟ ତଥା ବନବିଭାଗର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି। ଆଗାମୀ ଦିନରେ ଏହି ଧାରା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।