କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି: ମୁଖ୍ୟମନ୍ତ୍ରୀ

କଳାହାଣ୍ଡି, ୧୪/୧: ଆଜି କଳାହାଣ୍ଡି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ମଙ୍ଗଳପୁରରେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରେ ପ୍ରଥମେ କଳାହାଣ୍ଡିର ସହିଦ ରେଣ୍ଡୋ ମାଝୀଙ୍କୁ ସମ୍ମାନ ଜଣାଇଛନ୍ତି । ଏଇ କଳାହାଣ୍ଡିରେ ଢେଲାମାଡ଼ରେ ବିଜୁବାବୁଙ୍କ ନାକ ଫାଟିଥିଲା । କିନ୍ତୁ ବିଜୁବାବୁ ସବୁବେଳେ କଳାହାଣ୍ଡିବାସୀଙ୍କୁ ଭଲ ପାଉଥିଲେ ବୋଲି ସେ କହିଛନ୍ତି।

କଳାହାଣ୍ଡି ଆଜି ସାରା ଦେଶ ପାଇଁ ବିକାଶର ମଡେଲ ହୋଇଛି। କୃଷି ଉତ୍ପାଦନ ବଢ଼ିଛି, ଜଳସେଚନ ସୁବିଧା ୩ ଗୁଣା ବଢ଼ିଛି, ଭୋକର ଭୂଗୋଳ ଏବେ ଭାତହାଣ୍ଡିରେ ପରିଣତ ହୋଇଛି। ଏହାସହ ସାଧାରଣ ବଣ୍ଟନ ପାଇଁ କଳାହାଣ୍ଡିର ଅବଦାନ ସବୁଠୁ ଅଧିକ।

କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି। ଇନ୍ଦ୍ରାବତୀର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି ଓ ତାର ଜଳ କଳାହାଣ୍ଡିବାସୀଙ୍କ ଦେହରେ ରକ୍ତ ହୋଇ ବହୁଛି।  କଳାହାଣ୍ଡିରେ ମାଆ ଇନ୍ଦ୍ରାବତୀଙ୍କ ନାଁରେ  ପାର୍କ ଓ ସଂଗ୍ରହାଳୟ ହେବ ବୋଲି ନବୀନ କହିଛନ୍ତି। କଳାହାଣ୍ଡି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନରେ ନମ୍ବର-୧ ଜିଲ୍ଲା ହୋଇଛି ବୋଲିି ସେ କହିଛନ୍ତି।