ବେଙ୍ଗଳୁରୁରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୭/୯: ମେକ ଇନ ଓଡ଼ିଶା ରୋଡ ଶୋ’ରେ ନିବେଶକମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଙ୍ଗାଲୁରୁରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆଜି ଓ୍ବିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀଙ୍କ ସହ ଓ୍ବାନଟୁ ଓ୍ବାନ ଆଲୋଚନା କରିଛନ୍ତି ।

ଆସନ୍ତାକାଲି ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବେ ।ଶିଳ୍ପପତିଙ୍କ ସହ ୱାନ ଟୁ ୱାନ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ସମ୍ମିଳନୀକୁ ସମ୍ବୋଧିତ କରିବେ । ଏଥିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।