ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ନିବେଶକଙ୍କ ସହ ଆଲୋଚନା ସହ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆଣିବା ଲକ୍ଷ୍ୟ

ଭୁବନେଶ୍ୱର,୩/୧୦: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ରେ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ରାଷ୍ଟ୍ରଦୂତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ଚାଲିଛି । ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅଛନ୍ତି । ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଅଛନ୍ତି । ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ଆଲୋଚନା ଚାଲିଛି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି ।

ତେବେ ଆଜି ମଧ୍ୟାହ୍ନ ଭୋଜନ ପରେ ଦ୍ବିତୀୟ ସେଗମେଣ୍ଟରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ପ୍ରଥମ ରୋଡ୍ ଶୋ’ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *