ବିଜୁ ପକ୍କାଘର ମରାମତି ପାଇଁ ୩ ହଜାର ଟଙ୍କା ଦେବେ ସରକାର

ଭୁବନେଶ୍ୱର, ୨୧/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିିିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା କରିଛନ୍ତି। ବିଜୁ ପକ୍କାଘର ମରାମତି ପାଇଁ ୩ ହଜାର ଟଙ୍କାର ସହାୟତା ଦେବେ ସରକାର। କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହିତାଧିକାରୀଘ ର ମରାମତି ପାଇଁ ମିଳିବ ୫ ହଜାର ଟଙ୍କା ପାଇବେ। ଏଥିରେ ଉପକୃତ ହେବେ ରାଜ୍ୟର ୩୦ ଲକ୍ଷ ପରିବାର। ଉଭୟ ଯୋଜନାରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୪୪ କୋଟି ଟଙ୍କା। ୨୦୧୪ରୁ ଏପର୍ଯ୍ୟନ୍ତ ଗୃହ ନିର୍ମାଣ ପାଇଁ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି।