ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର, ୧୦/୧:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି। ମାର୍ଚ ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି। ନୂଆଦିଲ୍ଲୀ ଜନପଥ BOIରେ ଅଛି ୨ଟି ଆକାଉଣ୍ଟ, ବ୍ୟାଙ୍କ ଅଫ ଇଣ୍ଡିଆ ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା, ଅନ୍ୟ ଏକ BOIରେ ୧.୦୩ କୋଟି ଟଙ୍କାର ଫିକ୍‌ସ ଡିପୋଜିଟ ରହିିିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ୪ଟି SBI ଆକାଉଣ୍ଟ ଥିବା ବେଳେ ଭୁବନେଶ୍ବର ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୦.୫୬ ଲକ୍ଷ ଟଙ୍କା, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ SBI ଶାଖାରେ ୨ଟି ଆକାଉଣ୍ଟ ରହିଛି। ସେହି ୨ଟି ଆକାଉଣ୍ଟ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଖୋଲାଯାଇଥିଲା ।

୨୦୧୪ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୬୭୪୬ ଟଙ୍କା, ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୧୩,୮୧୮ଟଙ୍କା ରହିଛି । ସେହିପରି ବରଗଡ଼ ପଦ୍ମପୁର SBI ଶାଖାରେ ଅଛି ୩୭ ହଜାର ୨୨୩ ଟଙ୍କା, ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଛି ପଦ୍ମପୁର ଆକାଉଣ୍ଟ।

ମୁଖ୍ୟମନ୍ତ୍ରୀଙ୍କ ଅଛି ୧୯୮୦ ମଡେଲର ଆମ୍ବାସଡର କାର୍, ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ।

ସ୍ଥାବର ସମ୍ପତ୍ତି ତାଲିକାରେ ଅଛି ଜମି ଓ ବାସଗୃହ।
ଫରିଦାବାଦରେ ଅଛି ୨୨.୭ ଏକର ଜମି ଓ କୋଠା ଯାହାର ଆନୁମାନିକ ମୂଲ୍ୟ ୧୦.୭୫ କୋଟି ଟଙ୍କା ।

ନବୀନ ନିବାସରେ ନବୀନଙ୍କର ଅଛି ଦୁଇ ତୃତୀୟାଂଶ ସେୟାର। ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯.୫୨ କୋଟି।ସେହିପରି ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ମଧ୍ୟ ତାଙ୍କ ସମ୍ପତ୍ତି ରହିଛି। ସମ୍ପତ୍ତିର ଆନୁମାନିକ ମୂଲ୍ୟ ୪୩.୩୬ କୋଟି ଟଙ୍କା। ସମ୍ପତ୍ତି ତାଲିକା ପ୍ରଦାନ ନେଇ ପୂର୍ବରୁ ଘୋଷଣା କରିଥିଲେ ନବୀନ। ଏହାସହ କ୍ୟାବିନେଟ ସଦସ୍ୟ ବି  ତାଲିକା ଦେଇଛନ୍ତି।