ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ଚାଉଳ

ଭୁବନେଶ୍ୱର, ୧୧/୧୨: କୋଭିଡ଼ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଆଉ ୪ ମାସ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ମିିଳିବ।  ୨୦୨୨ ମାର୍ଚ୍ଚ ଯାଏ ୯.୧୫ ଲକ୍ଷ ହିତାଧିକାରୀ ଚାଉଳ ପାଇବେ। ଚାଉଳ ଯୋଗାଣ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୮.୧୩ କୋଟି ଟଙ୍କା। ୨.୮୮ ଲକ୍ଷ ପରିବାର ମାଗଣାରେ ୫ କେଜି ଲେଖାଏଁ ଚାଉଳ ପାଇବେ।