ବାପା, ମା ଓ ସିଙ୍ଗଲ ପ୍ୟାରେଣ୍ଟ ହରାଇଥିବା ଶିଶୁଙ୍କୁ ସହାୟତା ପାଇଁ ‘ଆଶୀର୍ବାଦ’ ଯୋଜନା

ଭୁବନେଶ୍ୱର, ୨୦/୬: ଅସହାୟ ଶିଶୁଙ୍କୁ ସହାୟତା ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପା-ମାଆଙ୍କୁ ହରାଇଥିଲେ ଶିଶୁଙ୍କୁ ମାସକୁ  ୨୫୦୦ ଟଙ୍କା ସହାୟତାର ମିଳିବ । ପିଲାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ମିଳିବ। ୨୦୨୦ ଏପ୍ରିଲ ମାସ ପିଛିଲା ଠାରୁ ଏହା ସହାୟତା ଲାଗୁ କରାଯିବ।

ବାପା, ମା ଓ ସିଙ୍ଗଲ ପ୍ୟାରେଣ୍ଟ ହରାଇଥିବା ପିଲାଙ୍କୁ ମଧ୍ୟ ମିଳିବ ଏହି ସହାୟତା । ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିଲେ ବି ସହାୟତା  ମିଳିବ  ।ଏହାସହ ଜଣେ ବି ଅସହାୟ ଶିଶୁ ଯେପରି ବାଦ ନପଡ଼ନ୍ତି ସେନେଇ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ପ୍ରତିବର୍ଷ ସ୍ବତନ୍ତ୍ର ଅଭିଯାନ ଜିଲ୍ଲାପାଳ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।