BSKY ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡି ହେଲା କେନ୍ଦୁଝର

ଭୁବନେଶ୍ୱର, ୧୮/୧୧: କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ଯୋଡ଼ି ହୋଇଛି କେନ୍ଦୁଝର । ଏହି ଜିଲ୍ଲାର ୪ଲକ୍ଷ ୧୯ ହଜାର ଲୋକ ସ୍ମାର୍ଟ ହେଲଥ କାର୍ଡ ପାଇବେ। ସ୍ମାର୍ଟ ହେଲଥ କାର୍ଡ ଯୋଗୁଁ ରାଜ୍ୟର ୩ କୋଟି ଲୋକ ଉପକୃତ ହେବେ। ଏହାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ ଓ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।