ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମୋହର

ଭୁବନେଶ୍ୱର, ୧୪/୧୨: ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମୋହର ଲାଗିିିଛି। ଏବେ ସରକାରଙ୍କ ଅଧୀନକୁ ଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ବ ଆସିଛି । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ମଧ୍ୟ କରାଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ ସେବାୟତଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ କଥା ଦେଇଥିଲେ ନବୀନ।
ଡିସେମ୍ବର ୨ରେ ଏକାମ୍ର କ୍ଷେତ୍ର ପରିଦର୍ଶନ ବେଳେ ଏହି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧୨ ଦିନରେ ଅଧ୍ୟାଦେଶ ବଳରେ ସ୍ବତନ୍ତ୍ର ଆଇନ ଆଣିଛନ୍ତି ମୁଖ୍ୟମନ୍ତ୍ରୀ।