ରାଉରକେଲାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪/୯:ରାଉରକେଲାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବିଭିନ୍ନ ପ୍ରକଳ୍ପର ମଧ୍ୟ ସେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖଣି ପାଇଁ ପରିଚିତ ସୁନ୍ଦରଗଡ଼ ଏବେ ଖେଳରେ ବି ବିଶ୍ବରେ ନାଁ କରୁଛି। ସୁନ୍ଦରଗଡ଼ ହେଉଛି ହକିର ମାଟି ଓ ଅଲିମ୍ପିକ ପଦକ ବିଜେତାଙ୍କ ମାଟି  ବୋଲି ସେ କହିଛନ୍ତି। ଚାଷୀ ହେଉ କି ରିକ୍ସାବାଲା ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିିିଛନ୍ତି।