ରାଜଧାନୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫/୯: ରାଜଧାନୀ ଭୁବନେଶ୍ବରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିସି ଜରିଆରେ ଶିଳାନ୍ୟାସ କରିିିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ଧାରୁଆରେ ୧୩ ଏକର ଜମିରେ ହେବ ଉତ୍କର୍ଷ କେନ୍ଦ୍ରର କ୍ୟାମ୍ପସ। ବିଭିନ୍ନ ଆଦର୍ଶ ବିଦ୍ୟାଳୟର ହଜାରେ ମେଧାବୀ ଛାତ୍ରଛାତ୍ରୀ ପାଠ ପଢ଼ିବେ । ଏହାସହ ପିଲାମାନଙ୍କୁ ମେଡିକାଲ ଓ ଇଂଜିନିୟରି କୋଚିଂ ମଧ୍ୟ ମାଗଣାରେ ଦିଆଯିବ। ଉତ୍କର୍ଷ କେନ୍ଦ୍ରରେ ରହିବ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନାଗାର, ୧୨ ଏକରର ଖେଳ ପଡ଼ିଆ, ୪ଟି ହଷ୍ଟେଲ, ୮ଟି ଅତିଥି କକ୍ଷ ରହିବ, ୨୨ଟି ଶିକ୍ଷକ ବାସଗୃହ ରହିବ ବୋଲି ସୂଚନା ରହିଛି।