ଓଡ଼ିଶା ଖୁବ୍‌ ଶୀଘ୍ର ପୂର୍ବ ଭାରତର ଶିଳ୍ପ ହବ୍‌ ଭାବେ ଉଭା ହେବ‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୨: FICCIର ୯୩ତମ ବାର୍ଷିକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖି କହିଛନ୍ତି ଯେ ଓଡ଼ିଶା ଖୁବ୍‌ ଶୀଘ୍ର ପୂର୍ବ ଭାରତର ଶିଳ୍ପ ହବ୍‌ ଭାବେ ଉଭା ହେବ‌। ଓଡ଼ିଶାରେ ନିବେଶ ପାଇଁ ମୋ ସରକାର ଉପଯୁକ୍ତ ପରିବେଶ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।  ନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୧୯ ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏହି ସ୍ଥାନ ମିଳିଛି। କୋଭିଡ୍‌ ସମୟରେ ଓଡ଼ିଶାକୁ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆସିଛି। ଏହାସହ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପର୍ଯ୍ୟଟନ ଓ ITକୁ ଗୁରୁତ୍ବ ଦେଉଛନ୍ତି ସରକାର। ଶିଳ୍ପାୟନ ପାଇଁ ଓଡ଼ିଶାର ଶିଳ୍ପନୀତିକୁ ଦେଶରେ ପହଞ୍ଚାଇଛି।