ଖୁବଶୀଘ୍ର ଓଡ଼ିଶା ହେବ ସ୍ପୋର୍ଟ୍ସ ପାୱାର ହାଉସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୬:ରାଜ୍ୟ ପୋଲିସରେ ଆଜି  ୩୯ କ୍ରୀଡ଼ାବିତ୍ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୩୦ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କ୍ରୀଡ଼ାବିତଙ୍କ ସ୍ବପ୍ନ ପୂରଣ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବ । ପାରା ଆଥ୍‌ଲେଟମାନଙ୍କୁ ମଧ୍ୟ ଆର୍ଥିକ ଓ ଚାକିରି ସହାୟତା ଜାରି ରହିବ ।

ଖୁବଶୀଘ୍ର ଓଡ଼ିଶା ସ୍ପୋର୍ଟ୍ସ ପାୱାର ହାଉସ ହେବ।ରାଜ୍ୟରେ କୀଡ଼ା ଭିତ୍ତିଭୂମି ପାଇଁ ୧୦୦୦ କୋଟି ଟଙ୍କା ନିବେଶ ହେବ । ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିଅମରେ ଖର୍ଚ୍ଚ ହେବ ଏହି ଟଙ୍କା । ସୂଚନା ଯୋଗ୍ୟ ଯେ ୨୦୨୩ରେ ହେବାକୁ ଥିବା ହକି ବିଶ୍ବକପ୍ ଏହି ଗ୍ରାଉଣ୍ଡରେ ଖେଳାଯିବ ।