IAS ଗୁରୁ ପ୍ରସାଦ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୯/୬:ବରିଷ୍ଠ IAS ଅଫିସର ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ଆଜି ପରଲୋକ ଘଟିଛି।IAS ଗୁରୁ ପ୍ରସାଦ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ମହାପାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସେ କରିଛନ୍ତି।

କରୋନାରୁ ସୁସ୍ଥ ହେବା ପରେ ହୃଦ୍‌ଘାତରେ ଗୁରୁ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ମୃତ୍ୟୁବରଣ କରିଛନ୍ତି।