ଦ୍ୱିତୀୟ ଲହର ସମୟରେ କୋଭିଡ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୬: ରାଜ୍ୟରେ କୋଭିଡ ଯୋଗୁ ଲୋକଙ୍କ ଆର୍ଥିକବସ୍ଥା ଉପରେ ବହୁ ପ୍ରଭାବ ପକାଇଛି। ଏବେ ପୁଣି କରୋନାର ଦ୍ଵତୀୟ ଲହର ଯୋଗୁ ଲୋକ ମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାରିମଧ୍ୟରେ କୋଭିଡର ଦ୍ବିତୀୟ ଲହରରେ ପ୍ରଭାବିତ ଆର୍ଥିକ ଦୁର୍ବଳଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଭୂମିହୀନ ଚାଷୀ, ଶ୍ରମିକ, ଜନଜାତିଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ସେ ଘୋଷଣା କରିଛନ୍ତି। ୧୭ଲକ୍ଷ ୮୩ ହଜାର ଭୂମିହୀନ ଚାଷୀଙ୍କୁ ମିଳିବ ସହାୟତା ଓ କାଳିଆ ହିତାଧିକାରୀଙ୍କ ପାଇଁ ୨୦୭ କୋଟି ଟଙ୍କା ସହାୟତା, ପ୍ରତି ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କାର ସ୍ବତନ୍ତ୍ର ସହାୟତା ଦିିଆଜିବ।

ସେହିପରି ସହରାଞ୍ଚଳ ଗରିବଙ୍କୁ ରୋଜଗାର ଯୋଗାଇବାକୁ ମୁକ୍ତା ଯୋଜନା କରାଯାଇଛି । ରୋଜଗାର ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । ୧୧୪ଟି ପୌରସଂସ୍ଥାରେ ରହୁଥିବା ଗରିବ ଲୋକ ଏହି ଯୋଜନାରେ ଉପକୃତ ହେବେ ।