କୋଭିଡ ପରିଚାଳନା ପାଇଁ  ଭୁବନେଶ୍ବର ମହାନଗର ନିଗମକୁ ଆଉ ୨୦ କୋଟି

ଭୁବନେଶ୍ୱର, ୯/୬: ରାଜ୍ୟରେ ଦିନକୁ ଦିନ କଁ ରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।ଏହାରିମଧ୍ୟରେ କୋଭିଡ ପରିଚାଳନା ପାଇଁ  ଭୁବନେଶ୍ବର ମହାନଗର ନିଗମକୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି । ପୂର୍ବରୁ ଭୁବନେଶ୍ବର ମହାନଗର ନିଗମକୁ ୭୭ କୋଟି ଟଙ୍କା ଦିଆଯାଇଛି ।ଭୁବନେଶ୍ବରରେ ଚିକିତ୍ସିତ ରୋଗୀଙ୍କ ସଖ୍ୟା  ସର୍ବାଧିକ ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ ରୋଗୀ ଭୁବନେଶ୍ବର ଆସୁଛନ୍ତି । ତେଣୁ ଆବଶ୍ୟକତା ଦୃଷ୍ଟିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।