ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୨/୬: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାଡି ଚାଲିଛି। ଏହାରିମଧ୍ୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ସେ ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ  ଚିଠି ଲେଖିଥିବା ସୂଚନା ମିଳିଛି। ସେ କହିଛନ୍ତି ଯେ କୋଭିଡ ସଂକଟରୁ ଲୋକଙ୍କୁ ରକ୍ଷା କରିବାର ଏକମାତ୍ର ଉପାୟ ଟିକାକରଣ ।ତେଣୁ ରାଜନୈତିକ ବିବିଧତା ସତ୍ତ୍ବେ ଏକ ହୋଇ ପଦକ୍ଷେପ ନେବାକୁ ନବୀନ ନିବେଦନ କରିଛନ୍ତି। ତୃତୀୟ ଲହର ଆସିବା ଆଗରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଜରୁରୀ। ତେଣୁ ଜୀବନ ଓ ଜୀବିକା ବଞ୍ଚାଇବା ଲାଗି ସଂଘୀୟ ବ୍ୟବସ୍ଥାରେ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି।