ସ୍କୁଲ, କଲେଜ ପାଠରେ ସାମିଲ ହେବ ବିପର୍ଯ୍ୟୟ, ମହାମାରୀ ମୁକାବିଲା ବିଷୟ

ଭୁବନେଶ୍ୱର, ୨୯/୫:   ଆଜି ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖି କହିଛନ୍ତି ଯେ  ସ୍କୁଲ, କଲେଜ ପାଠରେ ସାମିଲ ହେବ ବିପର୍ଯ୍ୟୟ, ମହାମାରୀ ମୁକାବିଲା ବିଷୟ । ଏହି ସଂକଳ୍ପକୁ ପାରିତ କରିଛି ରାଜ୍ୟ ମନ୍ତ୍ରିପରିଷଦ । ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପାଇଁ ତାଲିମ ଦିଆଯିବ ।