ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮/୫: ଆଜି ଓଡ଼ିଶାରେ ହୋଇଥିବା ବାତ୍ୟା ୟାସ ର ସମୀକ୍ଷା କରିବାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା ସମୀକ୍ଷା ପରେ ଏସଆରସି ପ୍ରଦୀପ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବାତ୍ୟା କ୍ଷୟକ୍ଷତିକୁ ନେଇ ୮ ମିନିଟର ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

ଅନ୍ୟପଟେ କ୍ଷୟକ୍ଷତି ବାବଦ ଅର୍ଥ ରାଶି ବର୍ତ୍ତମାନ କେନ୍ଦ୍ରକୁ କିଛି ମଗାଯାଇ ନାହିଁ। କ୍ଷୟକ୍ଷତିର ଆକଳନ ଚାଲିଛି । ୭ ଦିନ ପରେ କ୍ଷୟକ୍ଷତି କେତେ ହୋଇଛି ଜଣାଯିବ । ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ପାଇଁ ସେ ଅନୁରୋଧ କରିଛନ୍ତି।