ବାତ୍ୟା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଘୋଷଣା

ଭୁବନେଶ୍ୱର, ୨୬/୫:ଆଜି ବାତ୍ୟା ୟାସ ଓଡ଼ିଶାରେ ତାଣ୍ଡବ ରଚିଛି।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷାପରେ ବାତ୍ୟା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ  ରିଲିଫ୍ ଘୋଷଣା କରିଛନ୍ତି। ୭ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଉପକୃତ ହେବେ ୧୨୮ ବାତ୍ୟା ପ୍ରଭାବିତ ଗ୍ରାମ। ଏହାସହ ୨୪ ଘଣ୍ଟାରେ କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତାର ପୁନରୁଦ୍ଧାର କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।