କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି

ଭୁବନେଶ୍ୱର, ୬/୫: ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ। ତେଣୁ କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ଦେଇଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଏମଆରଏଫରୁ ସମ୍ବଲପୁରକୁ ୪.୬୨ କୋଟି, ପୁରୀକୁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ସୁବର୍ଣ୍ଣପୁରକୁ ଅତିରିକ୍ତ ଭାବେ ଆଉ କୋଟିଏ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଛି। ଏହାକୁ  ମିଶାଇ ପୁରୀକୁ  ୧୬.୬୦ କୋଟି ଟଙ୍କା ଓ ସମ୍ବଲପୁରକୁ ୧୬.୧୩ କୋଟି , ସୁବର୍ଣ୍ଣପୁରକୁ  ୩.୫ କୋଟି ଟଙ୍କା ମିଳିଛି।