ଅମ୍ଳଜାନ ଓ ଶଯ୍ୟା ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୪: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଥିବା କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହ ଅମ୍ଳଜାନ ପ୍ରଣାଳୀ ସହିତ ଶଯ୍ୟାକୁ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ରାଜ୍ୟରେ ଶଯ୍ୟା ଏବଂ ଅମ୍ଳଜାନର କୌଣସି ଅସୁବିଧା ନାହିଁ ତଥାପି  ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରି ଅନେକ ରାଜ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି। କୋଭିଡ ପଜିଟିଭ ରୋଗୀଙ୍କ ଦ୍ରୁତ ବୃଦ୍ଧି ହେତୁ କେତେକ ସହରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗୁରୁତର ହୋଇପଡିଛି। ଗତ କିଛି ଦିନ ହେବ ରାଜ୍ୟରେ ମାମଲା ବୃଦ୍ଧି ପାଇବାରେ ଲାଗିଛି।

ସମଗ୍ର ରାଜ୍ୟରେ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଶଯ୍ୟା ସଂଖ୍ୟାରେ ବୃଦ୍ଧି କରିବା ସହ ଅମ୍ଳଜାନ ସହାୟତା ସହିତ ସର୍ବାଧିକ ସମ୍ଭାବ୍ୟ ଶଯ୍ୟା ଯୋଗାଇବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଅମ୍ଳଜାନ ଯୋଗାଣ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ହେବ । IEC ଅଭିଯାନକୁ ଆହୁରି ବୃଦ୍ଧି କରିବାକୁ ପଡିବ ।ଏହାସହ ସମଗ୍ର ରାଜ୍ୟରେ କଡା କାର୍ଯ୍ୟାନୁଷ୍ଠାନ ଜାରି କରାଯିବା ନିହାତି ଆବଶ୍ୟକ। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିିବା ଜରୁରୀ କରାଯିବ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦିପ ଜେନା ଉପସ୍ଥିତ ଥିଲେ | ୫ଟି ସଚିବ  ଭି କେ ପାଣ୍ଡିଆନ୍ ଏହି ବୈଠକକୁ ପରିଚାଳନା କରିଥିଲେ।