ସମଲେଇ ମନ୍ଦିର ବିକାଶ ଯୋଜନା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୯/୪: ମା ସମଲେଇ ମନ୍ଦିର ବିକାଶ ଯୋଜନାରେ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ପୂର୍ଣ୍ଣ ଯୋଜନାକୁ ମେ ୧୫ ସୁଦ୍ଧା ପ୍ରସ୍ତୁତ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ସେଥିରେ ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା କରାଯିବ । ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଓ ଘର ପାଇଁ ସହାୟତା ମିଳିବ। ଏହାସହ ଏହି ପ୍ରକଳ୍ପକୁ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।