ଜିଲ୍ଲା ସ୍ତରରେ କଡାକଡି ହେବ କୋଭିଡ ନିୟମ

ଭୁବନେଶ୍ୱର, ୨୩/୩: ଆଜି ରାଜ୍ୟର କରୋନା ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ସେ ସ୍ଥିତିକୁ ଦୃଷ୍ଟି ରେ ରଖି ଜିଲ୍ଲା ସ୍ତରରେ କୋଭିଡ ନିୟମ ପାଳନ କଡାକଡି ହେବ। ନାଇଟକର୍ଫ୍ୟୁ ନେଇ ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ସୂଚନା ମିଳିଛି। ଏହାସହ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ  କିଛି ପରାମର୍ଶ ଦିିିଆଯାଇଛି।

ରାଜ୍ୟରେ ଆରଟିପିସିଆର ଟେଷ୍ଟ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦିଆଯିବ ତେଣୁ ଜିଲ୍ଲାସ୍ତରରେ ଆବଶ୍ୟକ ହେଉଥିବା କର୍ମଚାରୀ ସଂଖ୍ୟା ବଢିବ। ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦିିିଆଯିବା ସହ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ବଢିଲେ ମିନି କଣ୍ଟେନମେଣ୍ଟ ବ୍ୟବସ୍ଥା କରାଯିବ।
ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ଟେଷ୍ଟ କରାଯିବ
କୋଭିଡ ନିୟମ ପାଳନ ହେଉଛି କି ନାହିଁ ନଜର ରଖିବ ପୋଲିସ।ବଜାର, ଧର୍ମାନୁଷ୍ଠାନ, ବିବାହ କାର୍ଯ୍ୟରେ ରହିବ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିବ ।ଏହାସହ ବାହାଘରରେ ୫୦୦ ବଦଳରେ ୨୦୦ ଲୋକ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଛି।