ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ୨୧/୩: ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଏହାସହ ରାଜ୍ୟ ସମ୍ମାନର ସହ ଶେଷକୃତ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଡ଼ିଶୀକୁ ସମୃଦ୍ଧ କରିବାରେ ଲକ୍ଷ୍ମୀପ୍ରିୟାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ନବୀନ କହିଛନ୍ତି।