ନୂଆପଡାରେ ୨୩୩୭ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୩: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନୂଆପଡା ଗସ୍ତ କରିଥିଲେ। ସେଠାରେ ଦିନିକିଆ ନୂଆପଡା ଗସ୍ତରେ ଯାଇ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ।

ସେଠାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପହଂଚି ନୂଆପଡା ଜିଲ୍ଲାର ଭେଲା ଗାଁ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭେଲା ର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ନୂଆପଡାର ତିନୋଟି ମୁଖ୍ୟ ସମସ୍ଯା ଥିଲା। ତିନୋଟି ସମସ୍ୟା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗ । ନୂଆପଡ଼ାରେ ଫ୍ଲୋରାଇଡ୍‌ ପାଣି ପାଇଁ ରୋଗର ମୁଖ୍ୟ କାରଣ ସାଜିଛି । ଏଠାକାର ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲୁଥିଲେ । ଏହା ମୋତେ ଦୁଃଖିତ କରେ, ସେଥିପାଇଁ ପାଇପ୍‌ ପାଣି ବ୍ୟବସ୍ଥା କରାଯାଇଛି।

ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି । ନୂଆପଡ଼ା ତିଖାଲିରେ ୧୭୫୪ କୋଟିର  ବ୍ୟୟରେ ହୋଇଛି ଜଳସେଚନ ପ୍ରକଳ୍ପ ହୋଇଛି। ପ୍ରକଳ୍ପ ଯୋଗୁଁ ଜଳସେଚିତ ହେବ ୩୦ ହଜାର ହେକ୍ଟର ଜମି ।

୬୮୦ କୋଟି ଟଙ୍କା ଖର୍ଚ୍ଚରେ ୧୩୨ କି.ମି ରାସ୍ତା କେବଳ ନୂଆପଡା ରେ ହିଁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଜିଲ୍ଲା ର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓ ନୂଆପଡା ଜିଲ୍ଲାର ସମସ୍ତ ବିଧାୟକ , ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ 5t ସଚିବ  ଯୋଗ ଦେଇଥିଲେ ।